ପଟ୍ଟାଙ୍ଗୀ: ନନ୍ଦପୁର ସଦର ମହକୁମା ଠାରେ ଚୋରି ମୋଟର ସାଇକଲ ଉଦ୍ଧାର ଜଣେ ଗିରଫ
ନନ୍ଦପୁର ପୁଲିସକୁ ସଫଳତା ମିଳିଛି। ଗୁରୁବାର ଚୋରି ହୋଇଥିବା ମୋଟର ସାଇକଲକୁ ଶୁକ୍ରବାର ଅପରାହ୍ନ ୪ଘଣ୍ଟା ସମୟରେ ଠାବ କରିବା ସହ ଜଣକୁ ଗିରଫ କରି ଅଦାଲତ ଚାଲାଣ କରାଯାଇଥିବା ନନ୍ଦପୁର ଉପଖଣ୍ଡ ପୁଲିସ ଅଧିକାରୀ ସମ୍ବିତ କୁମାର ମାଝୀ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଗୁରୁବାର ଦିବା ୧୧ ଘଣ୍ଟିକା ସମୟରେ ନନ୍ଦପୁର ବ୍ଲକ ଏମଡିଆର ୫୫ ରାସ୍ତା ହିକିମପୁଟ ନିକଟରେ ଜବାଗଡ ଗ୍ରାମର ଗୁରୁରାଜୁ ମୂଷାପାରୀଆ ରାସ୍ତା କଡ଼ରେ ମୋଟର ସାଇକଲ ରଖି ପିଇବା ପାଣି ସଂଗ୍ରହ କରୁଥିବା ବେଳେ ଜଣେ ଅଜଣା ବ୍ୟକ୍ତି ଉକ୍ତ ମୋଟର ସାଇକଲ ଟିକୁ ନେଇ ଚମ୍ପଟ ମାରିଥିଲେ