ଆଜି ସନ୍ଧ୍ୟା ୭ଟା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ପୂର୍ବ କନିକା ଜୟନଗର ବଜାର ନିକଟରେ ବରିଷ୍ଠ ବିଜେପି ନେତା ବୈକୁଣ୍ଠ ନାଥ ପରିଡାଙ୍କ ନେତୃତ୍ୱରେ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି।ଏହି ମିଶ୍ରଣ ପର୍ବରେ ଭାରତ ସରକାର ଓ ରାଜ୍ୟ ସରକାର ଙ୍କ ଜନ ହିତକର ଓ ଜନ କଲ୍ୟାଣ ଯୋଜନାରେ ଉତ୍ସାହିତ ହୋଇ ବିଭିନ୍ନ ଦଳ ପରିତ୍ୟାଗ କରି ଜୟନଗର ପଞ୍ଚାୟତ ର ଏକାଧିକ ଲୋକ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ନୂତନ କର୍ମୀ ମାନଙ୍କୁ ଦଳୀୟ ଗାମୁଛା ପକାଇ ଶ୍ରୀଯୁକ୍ତ ପରିଡା ସ୍ୱାଗତ କରିଛନ୍ତି