ଦେବଗଡ: ତିଳେଇବଣି ଉଚ୍ଚ ବିଦ୍ୟାଳୟ ତାଲା ଭାଙ୍ଗି ନଗଦ ଟଙ୍କା ସହିତ ଅନ୍ୟାନ୍ୟ ସାମଗ୍ରୀ ଚୋରି ଅଭିଯୋଗ
ତିଲେଇବଣି ଉଚ୍ଚ ବିଦ୍ୟାଳୟ ତାଲା ଭାଙ୍ଗି ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏଥିସହ ଉଚ୍ଚ ବିଦ୍ୟାଳୟକୁ ଲାଗିଥିବା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ତାଲା ଭାଙ୍ଗି ପଶିବା ସହିତ ଆଲମାରୀ ଭାଙ୍ଗିଥିବା ବେଳେ କିଛି ପାଇନଥିବାରୁ ଚୋରି ହୋଇନଥିଲା। ତେବେ ଉଚ୍ଚ ବିଦ୍ୟାଳୟ ଆଲମାରୀ ଭାଙ୍ଗି ତହିଁରେ ଥିବା ନଗଦ ୩୦ ହଜାର ଟଙ୍କା, ୨ ଗୋଟି ମେମୋରୀ ଚିପ୍ସ ଓ ଗୋଟିଏ ଚାବି ମାଳ ଚୋରୀ କରିନେଇଥିବା ଅଭିଯୋଗ କରିଛନ୍ତି।