ଛତ୍ରପୁର: ରାମ ନବମୀ ଅବସରରେ ବିଜିପୁର ଅଞ୍ଚଳର ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣାଙ୍କ ସୁନ୍ଦର କଳା କୃତୀ
ରାମ ନବମୀ ଅବସରରେ ମଙ୍ଗଳବାର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା କାଠରେ ରମ ଲାଲାଙ୍କ କ୍ଷୁଦ୍ର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ତେବେ ମୂର୍ତ୍ତିର ଉଚ୍ଚତା ୫.୫ ଇଞ୍ଚି ଓ ଓସାର ୪ ଇଞ୍ଚ ରହିଥିବା ବେଳେ ଏଥିପାଇଁ ତାଙ୍କୁ ୪ ଦିନର ସମୟ ଲାଗିଥିବା କହିଛନ୍ତି। ଏଥିରେ ଦଶ ଅବତାର ଓ ହନୁମାନ, ଗରୁଡ଼ ଓମ୍, ସ୍ଵସ୍ତିକ, ଶଙ୍ଖ, ଚକ୍ର ଆଦି ସୁକ୍ଷ୍ମ କାରୁକାର୍ଯ୍ୟ ରହିଛି।