ଦାଦନ ଖଟିବାକୁ ଯାଇ ନିଖୋଜ ବିକାଶ ଚନ୍ଦ୍ର ସାହୁ : ପରିବାରର ଆକୁଳ ନିବେଦନ, “ଆମ ବାପାଙ୍କୁ ଫେରେଇ ଆଣିଦିଅ”।
କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମର ବିକାଶ ଚନ୍ଦ୍ର ସାହୁ ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଥିବା ଘଟଣାକୁ ନେଇ ତାଙ୍କ ପରିବାର ମଧ୍ୟରେ ଗଭୀର ଚିନ୍ତା ଓ ଦୁଃଖର ପରିବେଶ ସୃଷ୍ଟି ହୋଇଛି। ଏହାକୁ ନେଇ ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି।