ଏମ୍ପିଭି-୮୧ରେ ଅନ୍ତଃରାଜ୍ୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ଉଦ୍ଘାଟନୀ ମ୍ୟାଚ୍ରେ ଶିମିଳିଗୁଡ଼ାର ବୃହତ୍ ବିଜୟ, କୋଲକାତାକୁ ୭-୦ ଗୋଲ୍ରେ ହରାଇଲା
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ଏମ୍ପିଭି-୮୧ ଗ୍ରାମସ୍ଥିତ ଷ୍ଟାଡିୟମ୍ରେ ଅନ୍ତଃରାଜ୍ୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ମହାସମାରୋହରେ ଉଦ୍ଘାଟିତ ହୋଇଛି। ଯୁବଗୋଷ୍ଠୀଙ୍କ ପ୍ରଚେଷ୍ଟାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ତିନୋଟି ରାଜ୍ୟର ଦଳ ଅଂଶଗ୍ରହଣ କରିଛନ୍ତି।
ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଅଶୋକ କୁମାର ପରିଡ଼ା ଯୋଗଦେଇଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟା ଅପର୍ଣ୍ଣା ମଣ୍ଡଳ, ମହାରାଜପଲ୍ଲୀ ସରପଞ୍ଚ ମୁଟ୍ଟା ସୋଡ଼ି ଏବଂ ମାଲକାନଗିରିର ପୂର୍ବତନ ଏସ୍ଡିସି ଅଧ୍ୟକ୍ଷ ଆଡ଼ମା ରାବା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।