ବିଦ୍ୟା ଷ୍ଟଡ଼ି ପଏଂଟ ପକ୍ଷରୁ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ରଜ ଉତ୍ସବ
ସାରନଗରୀ,୧୭ା୬(ନି.ପ୍ର) : ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ହୋଇଥିବା ଯୁକ୍ତ ଦୁଇ ବୋର୍ଡ଼ ପରୀକ୍ଷାରେ ଅନୁଷ୍ଠାନର ଭଲ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟା ଷ୍ଟଡ଼ି ପଏଂଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲ।। ଅନୁଷ୍ଠାନର ମୁଖ୍ୟ ସରୋଜ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମମରେ ଅତିଥି ଭାବେ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟ ଫର୍ଟିଲାଇଜର ଶାଖାର ଅମ୍ରିତା ଭଉଣୀ,ସମାଜସେବୀ ପ୍ରଶାନ୍ତ ନାୟକ,ବିଶ୍ୱଜିତ ରାଉତ,ପୂର୍ବତନ ପ୍ରଧାନଶିକ୍ଷକ ପ୍ରମୋଦ ମହାନ୍ତି ଅଧ୍ୟାପକ ଡ଼.ବସନ୍ତ କୁମାର ଦାସ ଯୋଗ ଦେଇଥିଲେ । କୃତି ଛାତ୍ରଙ୍କୁ ଉତରୀୟ ଓ ବ୍ୟାଗ୍ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲ।। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ସମୟାନୁବର୍ତିତା,ଦାୟିତ୍ୱବୋଧ,ଶୃଖଂଳା ଓ ସଂସ୍ମାରିତ ହେବାକୁ ପରାମର୍ଶ ଦେଇଥିଲେ । ଏହାପରେ ଶିକ୍ଷାନୁଷ୍ଠାନ ପରିସରରେ ରଜ ଉତ୍ସବ ପାଳନ କରାଯାଇଥିଲ।। ଛାତ୍ରଛାତ୍ରୀମାନଙ୍କୁ ପିଠା ବଂଟନ କରାଯାଇଥିଲ।। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷାନୁଷ୍ଠାନର ଅଧ୍ୟାପକ ପ୍ରଭଂଜନ ମିଶ୍ର,ବିମଲ ମନ୍ତ୍ରୀ,ଅଧ୍ୟାପିକା ସମେତ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲାବେଳେ ଶେଷରେ ଶିକ୍ଷକ ଅକ୍ଷୟ ମଲ୍ଲିକ ଧନ୍ୟବାଦ ଦେଇଥିଲେ ।