ଲକ୍ଷ୍ମୀପୁର: ଜନ୍ମବେଦି ଲୀଳା ସାରି ଆଜି ନାରାୟଣପାଟଣା ଶ୍ରୀମନ୍ଦିର ନିକଟରେ ପହଞ୍ଚିଛନ୍ତି ଚତୁର୍ଦ୍ଧାମୂରତୀ
ଆଜି ନାରାୟଣପାଟଣାରେ ସରିଲା ବାହୁଡା ଯାତ୍ରା। ଗତକାଲି ଗୁଣ୍ଡିଚା ମନ୍ଦିରରୁ ବାହୁଡା ଯାତ୍ରାରେ ମନ୍ଦିର ଅଭିମୁଖେ ବାହାରି ଥିଲା ରଥ। ହେଲେ ଅଧାବାଟରେ ରଥ ରହିଥିଲା। ଆଜି ଅପରାହ୍ନ ୪ଟା ସମୟରେ ଦେଖିବାକୁ ମିଳିଛି ରଥ ଟଣା ସମ୍ପୂର୍ଣ୍ଣ ହୋଇଛି। ଜନ୍ମବେଦି ଲୀଳା ସାରି ଆଜି ନାରାୟଣପାଟଣା ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିଛନ୍ତି ଚତୁର୍ଦ୍ଧାମୂରତୀ।ରଥ ଉପରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ। ଲଗାଣ ବର୍ଷା ସତ୍ବେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।