ଶନିବାର ରାତି ୯ଟା ୩୪ ମିନିଟ ସମୟରେ ଏନେଇ ରାୟଗଡ଼ା ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପଦ୍ମପୁର ପୋଲିସ ମହାଦୀମ୍ବା ବନାଞ୍ଚଳରେ ଚଢ଼ାଉ କରି ୩୮୫ କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ଅଛନ୍ତି।ପିଏସ କେଶ୍ ନମ୍ବର ୪୫/୨୦୨୫ରେ ଏକ ମାମଲା ରୁଜୁ କରି ପଦ୍ମପୁର ପୋଲିସ ଅନୁସନ୍ଧାନ ଜାରୀ ରଖିଛି।