ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଜୟଦେବ ଭବନରେ ଆୟୋଜିତ ଓୟୁଜେର ୫୩ ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସାମ୍ବାଦିକ ୟୁନିଅନ୍ ବା ଓୟୁଜେର 53ତମ ପ୍ରତିଷ୍ଠା ଦିବସ ସମାରୋହ ଭୁବନେଶ୍ୱର ଜୟଦେବ ଭବନରେ ପାଳିତ ହୋଇଛି । ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ବାବୁ ସିଂ ପ୍ରମୁଖ ଯୋଗ ଦେଇଥିଲେ ।ସାମ୍ବାଦିକତା ଏକ ବୃତ୍ତି ନୁହେଁ ବରଂ ଏହାକୁ ଏକ ପ୍ରବୃତ୍ତି ଭାବି ସାମ୍ବାଦିକମାନେ କାମ କରିବା ଦରକାର ବୋଲି ଆଇନ୍ ମନ୍ତ୍ରୀ ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଥିଲେ ।