ବାରିପଦା ମ୍ୟୁନିସିପାଲଟି: ଭଳାଗଡିଆ ଷ୍ଟାଡିୟମ ପଡିଆ ଠାରେ ଦୁଇ ଦିନିଆ ସର୍ବ ଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ଶନିବାର ଦିନ ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୁଣ୍ଟା ବ୍ଳକର ଭଳାଗଡିଆ ଷ୍ଟାଡିୟମ ପଡିଆ ଠାରେ ଦୁଇ ଦିନିଆ ସର୍ବ ଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାରିସା ର ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଲକ୍ଷ୍ମଣାସାହି ପଞ୍ଚାୟତର ସମିତି ସଭ୍ୟ ସୁନିଲ କୁମାର ଟୁଡୁ ଯୋଗ ଦେଇଥିଲେ।