କଟକ ପୌରାଞ୍ଚଳ: 92 ବର୍ଷ ବୟସରେ ବି ଅବ୍ୟାହତ ରୋଗୀସେବା: ପ୍ରଫେସର ଚଣ୍ଡୀ ଦାସଙ୍କୁ ଭେଟିଲେ କଟକ ମେୟର
କଟକ ମେୟର ଶ୍ରୀ ସୁବାସ ସିଂହ ‘ଆପଣ କେମିତି ଅଛନ୍ତି’ କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଚକ୍ଷୁ ବିଶେଷଜ୍ଞ ପ୍ରଫେସର ଚଣ୍ଡୀ ଦାସଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ସମ୍ପର୍କରେ ପଚାରି ବୁଝିଛନ୍ତି। ୯୨ ବର୍ଷ ବୟସରେ ମଧ୍ୟ ପ୍ରଫେସର ଦାସ ଦୀର୍ଘ ୬୨ ବର୍ଷ ଧରି ରୋଗୀସେବା ଜାରି ରଖିଛନ୍ତି।