ଆଜି ସନ୍ଧ୍ୟା ସାଡେ ୬ତାରେ କୋଣାର୍କ ସ୍ଥିତ ମୁକ୍ତାକାଶ ମଞ୍ଚରେ ଅନୁଷ୍ଠିତ ୩୫ତମ ଆନ୍ତର୍ଜାତୀୟ କୋଣାର୍କ ଉତ୍ସବର ୨ୟ ସନ୍ଧ୍ୟାରେ ମଣିପୁରୀ ଓ ଓଡ଼ିଶୀ ନୃତ୍ୟ ଦର୍ଶକ ମାନଙ୍କ ମନ ମୋହିଥିଲା। ଅଞ୍ଜିକା ଅନୁଷ୍ଠାନର କଳାକାର ମାନଙ୍କ ଦ୍ଵାରା ମଣିପୁରୀ ନୃତ୍ୟ ଚିତ୍ତାକର୍ଷକ ହୋଇଥିଲା। ପରେ ଦ୍ୱିତୀୟ ପର୍ଯ୍ୟାୟରେ ସିଞ୍ଜନ ଅନୁଷ୍ଠାନ କଳାକାର ମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।