ଗୁଡାରି: ଗୁଡାରି ତହସିଲର ୨ ଗ୍ରାମରେ ୫୧ ହିତାଧିକାରୀଙ୍କୁ ମିଳିଲା ସ୍ଥାୟୀ ପଟା
ଗୁଡାରି ତହସିଲର ଜଳନିଧି ଓ ଦେଣ୍ଡୁଗୁଡା ଗ୍ରାମରେ ୫୧ ହିତାଧିକାରୀଙ୍କୁ ସ୍ଥାୟୀ ପଟା ବଣ୍ଟନ କରାଯାଇଛି। ଖାତାଦାରଙ୍କ ମୃତ୍ୟୁ ପରେ ସେମାନଙ୍କ ଉତ୍ତରାଧିକାରୀଙ୍କୁ ଏହି ପଟା ପ୍ରଦାନ କରାଯାଇଛି। ତହସିଲଦାର ଏ. ସ୍ନେହଲତାଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।