ଅନୁଗୁଳ ଜିଲ୍ଲା ଜରପଡା ଥାନା କଲେଜ ଛକ ନିକଟରୁ ଗ୍ରାହକ ସେବା କେନ୍ଦ୍ର ମାଲିକଙ୍କୁ ମାଡ ମାରିବା ସହ ବାନ୍ଧି ଦେଇ ୨ଜଣ ଯୁବକ ୭୦ ହଜାର ଟଙ୍କା ଲୁଟିନେ ଥିବା ନେଇ ଜରପଡା ଥାନା ପକ୍ଷରୁ ରବିବାର ସକାଳ ୬ ଘଟିକା ସମୟରେ ସୂଚନା ମିଳିଛି ।ସୂଚନା ଅନୁସାରେ, ପରା ଗ୍ରାମର ରଞ୍ଜନ ସାହୁ ଜରପଡା ଆଇଓବି ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ଜରପଡା ଠାରେ ଖୋଲିଛନ୍ତି । ସେଠାରୁ ସେ ସବୁଦିନ ପରି ସାଇକେଲ୍ ରେ ନିଜ ଗାଁ ପରା କୁ ଫେରୁଥିବା ବେଳେ ଜରପଡା କଲେଜ ଛକ ନିକଟରେ ୨ ଜଣ ଅଜଣା ଯୁବକ ଆସି ମାଡମାରିବା ସହ ବାନ୍ଧି ଦେଇ ଟଙ୍କା,ମୋବାଇଲ,ମେସିନ୍ ନେଇ ଫେରାର ହୋଇଯାଇଛନ୍ତି l