ଗୁରଣ୍ଡି: ଗଜପତିରେ ରକ୍ତଦାନ ଶିବିର: ସଚେତନତା ପାଇଁ ଗାଁକୁ ଗାଁ ବୁଲୁଛନ୍ତି ଟିମ୍ ୱାର୍କ ସଦସ୍ୟ
ଗଜପତି ଜିଲ୍ଲା ଗୋଷାଣି ବ୍ଲକ ମାଛମରାରେ ଟିମ୍ ୱାର୍କ ଫାଉଣ୍ଡେସନର ସପ୍ତମ ବାର୍ଷିକୋତ୍ସବ ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ ହେବ। ଏଥିପାଇଁ ବିଭିନ୍ନ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ଶିବିରଟି ନଭେମ୍ବର ୧ ତାରିଖ ସକାଳ ୮.୩୦ରେ ଗୋପାଳ କନଭେଣ୍ଟ ସ୍କୁଲରେ ଅନୁଷ୍ଠିତ ହେବ।