ନର୍ଲା: ନର୍ଲାରୋଡରେ ରାସ୍ତା କାମ: ପାଇପ ଫାଟି ଜଳ ଯୋଗାଣ ଠପ୍, ହନ୍ତସନ୍ତ ସ୍ଥାନୀୟ ବାସିନ୍ଦା
ନର୍ଲାରେ ଚାଲିଥିବା ପିଡବ୍ଲୁଡି ରାସ୍ତା କାମ ଯୋଗୁଁ ଜେସିବି ମେସିନ ସାହାଯ୍ୟରେ ପାନୀୟ ଜଳ ପାଇପ ଲାଇନ ଫାଟିଯିବାରୁ ନର୍ଲାରୋଡରେ ଏକ ସପ୍ତାହ ହେଲା ଜଳ ଯୋଗାଣ ବନ୍ଦ ରହିଛି। ସ୍ଥାନୀୟ ଲୋକେ ପାଣି ପାଇଁ ହଇରାଣ ହେଉଥିବା ବେଳେ ପ୍ରଶାସନିକ ହସ୍ତକ୍ଷେପ ଦାବି ହେଉଛି।