ବାଲେଶ୍ବର ମ୍ୟୁନିସିପାଲଟି: ପବିତ୍ର ବାହୁଡା଼ ଯାତ୍ରା ଓ ଗୁମ୍ ଆଖଡ଼ା ପାଇଁ ସହରରେ ପୋଲିସ ର ରୁଟ ମାର୍ଚ୍ଚ।
ବାଲେଶ୍ୱର ରେ ପବିତ୍ର ବାହୁଡା଼ ଯାତ୍ରା ଓ ଗୁମ ଆଖଡ଼ା ଶାନ୍ତି ଶୃଙ୍ଖଳାର ସହ ପାଳନ ପାଇଁ ଆଜି ପୂର୍ବାହ୍ନ ୧୧ ଟା ସମୟରେ ପୋଲିସ ପକ୍ଷରୁ ରୁଟ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି।ଏହି ମାର୍ଚ୍ଚ ଟାଉନ ଥାନା ଠାରୁ ବାହାରି ସହର ପରିକ୍ରମା କରିଥିଲା।ଏଥିରେ ଏସପି ରାଜ ପ୍ରାସାଦ,ଆଡିସିନାଲ ଏସପି ନିରଞ୍ଜନ ବେହେରା, ଆଡିସିନାଲ ଏସପି ଦେବଜ୍ୟୋତି ମହାପାତ୍ର,ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକଙ୍କ ସମେତ ଟାଉନ ଥାନା ଓ ସହଦେବଖୁଣ୍ଟା ଥାନା ଆଇ ଆଇ ସି ,ପୋଲିସ ଫୋର୍ସ ଯୋଗ ଦେଇଥିଲେ।