ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଟାଉନ ଥାନା ପକ୍ଷରୁ ବିପୁଳ ପରିମାଣର ବିଦେଶୀ ମଦ ସହ ଦୁଇ ଡି ଫ୍ରିଜର ଜବତ
ଥାନା ଆଗରେ ଥୁଆ ହୋଇଛି ଜବତ ହୋଇଥିବା ସହ ସହ ବିଦେଶୀ ମଦ ବୋତଲ,ମହରମ ପର୍ବ ପାଇଁ ଭଦ୍ରକ ଜିଲ୍ଲାପ୍ରଶାସନ ପକ୍ଷରୁ ଭଦ୍ରକ ସହରରେ ବିଦେଶୀ ମଦ ଦୋକାନ କୁ ବନ୍ଦ ରଖିଥିବା ବେଳେ କିଛି ଅସାଧୁ ବ୍ୟକ୍ତି ଚରମ୍ପା ରେଲୱେ ପାଖରେ ଏକ ଭଡା ଘରେ ମଦ ରଖିଥିବା ଖବର ପାଇ ଏସପିଙ୍କ ନିର୍ଦେଶ କ୍ରମେ ଭଦ୍ରକ ଟାଉନ ପୋଲିସ ର ଏକ ଟିମ ଚଢ଼ାଉ କରିବା ପରେ 100 ଲିଟର ରୁ ଅଧିକ ବିଦେଶୀ ମଦ ସହ ଦୁଇଟି ଡି ଫ୍ରିଜ କୁ ମଧ୍ୟ ଜବତ କରିଥିବା ବେଳେ ଏଥିରେ ସମ୍ପୃକ୍ତ ବ୍ୟକ୍ତି ଫେରାର ହୋଇଯାଇଥିବା କହିଛି ଟାଉନ ପୋଲିସ,ଏ ନେଇ ଆଜି ଦିନ 2 ଘଟିକା ରେ ପ୍ରତିକ୍ରିୟା ରଖିଛନ୍ତି ଟାଉନଥାନାଧିକାରୀ ପ୍ରଭାଂଶୁ ମିଶ୍ର