ପଟ୍ଟାଙ୍ଗୀ: ନନ୍ଦପୁର ବ୍ଲକ ଅନ୍ତର୍ଗତ ୪ ପଞ୍ଚାୟତ ବାସୀଙ୍କ ଜୀବନ ନାଟିକା ପାଡୁଆ-ଶୋଭାପୁଟ ରାସ୍ତା ଖୋଳି ନଷ୍ଟ
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର କୁଲାରସିଂ, ଗୋଲୁର, ପରଜା ବଡପଡ଼ା ଓ ପାନ୍ଥଲୁଙ୍ଗ ଆଦି ୪ ପଞ୍ଚାୟତର ମୁଖ୍ୟ ରାସ୍ତା ପାଡୁଆ-ସୋଭାପୁଟ ଆର.ଡି ରାସ୍ତାର ପାର୍ଶ୍ଵ ଆଜି ମଧ୍ୟାହ୍ନ ୧୨ଘଣ୍ଟା ରୁ ଖୋଳି ରାସ୍ତାକୁ ନଷ୍ଟ କରାଯାଉଛି। ଫଳରେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସମେତ ୪ ପଞ୍ଚାୟତ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାସ୍ତା ଟିକୁ ଆର.ଡି ବିଭାଗ ଗତ ଖରାଦିନରେ ମରାମତି କରାଯାଇ ଥିଲା। ବର୍ତମାନ ବର୍ଷା ଦିନରେ ରାସ୍ତାର ପାର୍ଶ୍ଵ ଖୋଳି ପାଇପ ବିଛା କାର୍ଯ୍ୟ କରାଯାଉ ଥିବାରୁ ରାସ୍ତା ନଷ୍ଟ ହେବାର ଆଶଙ୍କା କରିଛନ୍ତି। ଏଭଳି ରାସ୍ତା ଖୋଲିବା ଦେଖି ୪ ପଞ୍ଚାୟତର ସରପଞ୍ଚ