ଆଜି ଅପରାହ୍ନ ୪ଟା ବେଳେ ଚଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କେନ୍ଦ୍ରାପଡା ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ୍ ବଡପଡା ଗ୍ରାମ ପଞ୍ଚାୟତ କାଠିଆପଡା ସ୍ଥିତ ଦକ୍ଷିଣେଶ୍ୱର ଉଚ୍ଚ ବିଦ୍ୟାଳୟକୁ ଗୌରବାନ୍ବିତ କରିଥିବା ଛାତ୍ର ଶୁଭମ୍ ଜ୍ୟୋତି ରାଉତ ଏବଂ ଛାତ୍ରୀ ହର୍ଷିତା ଆଦର୍ଷିନି ଦାସଙ୍କୁ ବିଦ୍ୟାଳୟ ସଭାଗୃହରେ ସମ୍ବର୍ଦ୍ଧିତ କରିବା ସହ ଉକ୍ତ ବିଦ୍ୟାଳୟ ର ଉନ୍ନତିକରଣ ପାଇଁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି ରାଜନଗର ବିଧାୟକ ଧୂର୍ଵ ଚରଣ ସାହୁ