କୋରାପୁଟ ସୀମାନ୍ତରେ ଦୁର୍ଦ୍ଦଶା!
ରାସ୍ତା ନାହିଁ, ଭାର ହେଲା ଆମ୍ବୁଲାନ୍ସ!
୧୦ କିମି ବୋହି ରୋଗୀଙ୍କୁ ମୁଖ୍ୟ ରାସ୍ତାକୁ ଆଣିଲେ ପରିବାର
ଆନ୍ଧ୍ର–ଓଡ଼ିଶା ସୀମାନ୍ତ ଶୁଙ୍କି ପଞ୍ଚାୟତର ଝାଙ୍କରଗୁଡ଼ା ଗ୍ରାମ। ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ଅସୁସ୍ଥ ମହିଳା ରୋଗୀଙ୍କୁ ଭାରରେ ପ୍ରାୟ ୧୦ କିଲୋମିଟର ବୋହି ମୁଖ୍ୟ ରାସ୍ତାକୁ ଆଣିବାକୁ ପଡ଼ିଲା। ପରେ ଅଟୋ ଯୋଗେ ରୋଗୀଙ୍କୁ ଆନ୍ଧ୍ରପ୍ରଦେଶର ସାଲୁରୁ ନିଆଯାଇଥିଲା ଚିକିତ୍ସା ପାଇଁ।ରାସ୍ତା ନଥିବାରୁ ଆଜି ବି ଗାଁରେ ପହଞ୍ଚୁନି ଆମ୍ବୁଲାନ୍ସ!
ବିକାଶର ଦାବି ମଧ୍ୟରେ ଏଭଳି ଦୁର୍ଦ୍ଦଶା କେବେ ସରିବ?