ଆସନ୍ତା ଏପ୍ରିଲ ମାସରେ ୨୦ ଦିନ ପାଇଁ ବାତିଲ ରହିବ ବାମରା ଦେଇ ଯାଉଥିବା କୁର୍ଲା ଏକ୍ସପ୍ରେସ ଟ୍ରେନ, ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନା ଅନୁସାରେ ନାଗପୁର ରେଳ ଡିଭିଜନ ରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଶାଲିମାର ଲୋକମାନ୍ୟ ତିଲକ କୂର୍ଲା ଏକ୍ସପ୍ରେସ ଆସନ୍ତା ୪ ଏପ୍ରିଲ ରୁ ୨୪ ଏପ୍ରିଲ ମଧ୍ୟରେ ବାତିଲ ରହିବ। ଅନ୍ୟ ପଟେ ଲୋକମାନ୍ୟ ତିଲକ ରୁ ଶାଲିମାର କୁ ଯାଉଥିବା କୁର୍ଲା ଏକ୍ସପ୍ରେସ ଟ୍ରେନ ୬ ଏପ୍ରିଲ ରୁ ୨୬ ଏପ୍ରିଲ ମଧ୍ୟରେ ବାତିଲ ରହିବ। ଏନେଇ ବୁଧବାର ସନ୍ଧ୍ୟା ୭ ଟାରେ ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।