ସୁକିନ୍ଦା: କିଆଝର ଠାରେ ପୁର୍ବତନ ସରପଞ୍ଚ ବିଶ୍ୱନାଥ ମହାନ୍ତଙ୍କ ଏକାଦଶାହ କ୍ରିୟାରେ ଯୋଗଦେଲେ ପ୍ରିତିରଞ୍ଜନ
Sukinda, Jajpur | Dec 22, 2025 ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦୀ ବ୍ଲକ୍ ଅଧୀନସ୍ଥ କିଆଝର ପଞ୍ଚାୟତର ପୁର୍ବତନ ସରପଞ୍ଚ ବିଶ୍ୱନାଥ ମହାନ୍ତଙ୍କ ଏକାଦଶାହ ଅବସରରେ ପୁର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଯୋଗଦେଇ, ତାଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିବା ରବିବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।