ଦିଗପହଣ୍ଡି: ଦିଗପହଣ୍ଡି – ବ୍ରହ୍ମପୁର ମୂଖ୍ୟ ରାସ୍ତାର କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ବାଇକରେ ଗଞ୍ଜେଇ ଚୋରାଚାଲାଣ ବେଳେ ଜଣକୁ ଗିରଫ କଲା ଅବକାରୀ ଟିମ୍
ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ମୂଖ୍ୟ ରାସ୍ତାର କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଜଣେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକଙ୍କୁ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଗଜପତି ଜିଲା ମୋହନା ଥାନା ପାନାଗୁଡା ଗ୍ରାମର ରାଜୁ ବୀର।