କଣ୍ଟାବାଞ୍ଜି: ରାଣୀସିଲେଟ ଗାଁରେ ହାତୀ ଙ୍କ ଉତ୍ପାତ - ଆରମ୍ଭ ରୁ ଧାନଚାଷ କୁ ନଷ୍ଟ କଲା ହାତୀପଲ,ଚିନ୍ତାରେ ଚାଷୀ
ଧାନ ଫସଲ କୁ ଉଜାଡି ଦେଇଛି ହାତୀପଲ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଗୁଡିଘାଟ ପଞ୍ଚାୟତର ରାଣୀସିଲେଟ ଗାଁରେ ଏକର ଏକର ସ୍ଥାନ ରେ ଧାନ ଚାଷ ରୁଆ ବେଉଷଣ କରାଯାଇଥିବା ଧାନ କୁ ନଷ୍ଟ କରିଥିବା ଦେଖିବାକୁ ମିଳିଛି ।ହାତୀ ଉପଦ୍ରଵ ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ବେଳେ ଧାର କରଜ କରି ଚାଷ କରିଥିବା ଚାଷୀ ମାନେ ଚିନ୍ତାରେ ପଡିଯାଇଛନ୍ତି ।