ବୌଦ୍ଧ ସଦର: ତେନ୍ତୁଳିଖୁଣ୍ଟି ଜାମ ନାଳରେ ଚାଲିଥିବା ମହୁଲି ମଦ ତିଆରି ଆଡାରେ ଅବକାରୀ ଚଢ଼ାଉ ୩୫୦କେଜି ପୋଚ ସହିତ ୧୨ଲିଟର ମଦକୁ ଜବତକରି ନଷ୍ଟ
ଆଜି ରାତ୍ର ପାଖାପାଖି ୮ଟା ସମୟରେ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଘଣ୍ଟାପଡା ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର ନାଳରେ ତିଆରି ଚାଲିଥିବା ମହୁଲି ମଦ ଆଡା ନେଇ ଖବର ପାଇ l ଆଜି ମଧ୍ୟାନ୍ହ ପଖାପଖି ୨ଟା ସମୟରେ କଣ୍ଟାମାଳ ଅବକାରୀ ପୋଲିସ ଘଟଣା ସ୍ତଲରେ ଚଢ଼ାଉ କରି ୩୫୦କେଜି ମହୁଲ ପୋଚ ସହିତ ୧୨ଲିଟର ରନ୍ଧା ମହୁଲି ମଦକୁ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରିଛନ୍ତି l ଏନେଇ ୧୧୮/୨୫-୨୬ରେ ମାମଲା ରୁଜୁ କରାଯାଇଛି