ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା !
ଏବେ ରେସନ କାର୍ଡଧାରୀ ୫ କିଲୋ ପରିବର୍ତ୍ତେ ପାଇବେ ୧୦ କିଲୋ ଚାଉଳଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା !
ଏବେ ରେସନ କାର୍ଡଧାରୀ ୫ କିଲୋ ପରିବର୍ତ୍ତେ ପାଇବେ ୧୦ କିଲୋ ଚାଉଳ ।
ଆଜି ଢେଙ୍କାନାଳ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖାଦ୍ୟ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଯାଇଛି।
ସେବା, ସୁଶାସନ ଓ ସଂକଳ୍ପର ସଫଳ ୨ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ଡବଲ ଇଞ୍ଜିନ ସରକାର ଗରିବ କଲ୍ୟାଣ ପାଇଁ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା'।
ଏହି ଯୋଜନା ମାଧ୍ୟମରେ ଏବେ NFSA ଓ SFSS ଅଧୀନରେ ଥିବା ରାଜ୍ୟର ପ୍ରାୟ ୩ କୋଟି ୨୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୫ କେଜି ଅତିରିକ୍ତ ଚାଉଳ ମିଳିବ । ବିକଶିତ ଓଡ଼ିଶା ଗଠନ ଓ ପ୍ରତିଟି ଓଡ଼ିଆଙ୍କ ଚେହେରାରେ ହସ ଫୁଟାଇବା ପାଇଁ ଆମ ସରକାର ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ।🙏
#newsodiaodisha
#2YearsOfDoubleEngline
#12YearsOfSeva
#MukhyamantriAnnapurnaYojna