ନିମାପଡା: ବ୍ଲକ ଅନ୍ତର୍ଗତ ଏକ ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ ମାମଲା, ୨ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ
Nimapada, Puri | Oct 5, 2025 ନିମାପଡ଼ା ବ୍ଲକ ଅନ୍ତର୍ଗତ ଏକ ଗ୍ରାମରେ ଜଣେ ୧୫ ବର୍ଷିୟା ନାବାଳିକାକୁ ମିଥ୍ୟା ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲାରେ ବଳଙ୍ଗା ପୁଲିସ ପକ୍ଷରୁ ଗତକାଲି ସନ୍ଧ୍ୟାରେ ଭୁବନେଶ୍ଵରରେ ଚଢାଉ କରାଯାଇ ୨ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ମାନେ ହେଲେ ବାଲିଆ ଗ୍ରାମର ମିଲୁ ନାୟକ ଓ ରାଧା ଗୋବିନ୍ଦ ବିଶୋାଇ ବୋଲି ପୁଲିସ ସୂଚନା ଦେଇଛିା ଆଜିଅପରାହ୍ନ ୪ଟାରେ ୨ଅଭିମୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।