କୋଟପାଡ: ବୈପାରୀଗୁଡା ଠାରେ ଆୟୋଜିତ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ସୁଫଳ ମିଳୁନି, ଏନେଇ ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ l
Kotpad, Koraput | Jan 19, 2026 ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ସୁଫଳ ମିଳୁନି, ଏନେଇ ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ l ଆଜି ପୂର୍ବାହ୍ନ ବରଟା ସମୟରେ ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମୋଟ ୫୨ ଟି ଅଭିଯୋଗ ଶୁଣାଣି ହୋଇଥିବା ବେଳେ ସେଥିମଧ୍ୟରୁ ୧୭ ଟି ବ୍ୟକ୍ତିଗତ ଓ ୩୫ ଟି ସାମୁହିକ ଅଭିଯୋଗ ଥିଲା। କିନ୍ତୁ ଏସବୁ ଅଭିଯୋଗ ସଠିକ ଭାବେ କାର୍ଯ୍ୟକାରୀ ହେଉନି ଏବଂ ସୁଫଳ ମିଳୁନି ବୋଲି ଅଭିଯୋଗ ହଇଛି l