ସୋନପୁର ପୋଲିସ ଥାନାର ଏକ ଟିମ୍ ଜନମୁରା ଗ୍ରାମସ୍ଥିତ ଅଭିଯୁକ୍ତ ରାଜେଶ ମିଶ୍ରଙ୍କ ଘରେ ଚଢ଼ାଉ
#rishitv #CrimeNews #ganza #seized
ତଲାସୀ ସମୟରେ ପୋଲିସ ଟିମ୍ ୪୧.୪୦୦ କିଲୋଗ୍ରାମ ଗଞ୍ଜେଇ, ୩୮୦ ବୋତଲ କଫ୍ ସିରପ୍, ୧ଟି ଏୟାର ପିସ୍ତଲ ଏବଂ ନଗଦ ₹୧,୧୯,୦୦୦/- ଜବତ କରିଛନ୍ତି । ଘରର ମାଲିକ ଜବତ ହୋଇଥିବା ଉପରୋକ୍ତ ସାମଗ୍ରୀଗୁଡ଼ିକ ନିଜ ଦଖଲରେ ରଖିବା ସମ୍ପର୍କରେ କୌଣସି ବୈଧ ଦଲିଲ କିମ୍ବା ଆଇନସମ୍ମତ କାରଣ ଉପସ୍ଥାପନ କରିପାରିନଥିଲେ । ଏହି ସମ୍ପର୍କରେ ସୋନପୁର ପୋଲିସ ଥାନାରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଘଟଣାର ତଦନ୍ତ ଜାରି ରହିଛି । ଏହି ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି ଏବଂ ଆଇନ ଅନୁଯାୟୀ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଯିବ ।