ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଗୁଠୁଣା ପଡିଆରେ ବାବା ମୁକ୍ତେଶ୍ଵର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅଷ୍ଟମ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ରାଇଜିଂ ସ୍ପୋର୍ଟିଂ ଝାଡଖଣ୍ଡକୁ ହରାଇ ୟୁନିକ ଭଦ୍ରକ ଚମ୍ପିୟାନ ହୋଇଛି।ଆଜିର ମ୍ୟାଚରେ ଝାଡ଼ଖଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୨୫ ଓଭରରେ ସମସ୍ତ ୱିକେଟ ହରାଇ ୧୮୩ ରନ ସଂଗ୍ରହ କରିଥିଲା। ଦଳର ବ୍ୟାଟ୍ସ ମ୍ୟାନ ଅଜୟ ବାସ୍କେ ୩୨ ଟି ବଲ ଖେଳି ୪୩ ରନ ସଂଗ୍ରହ କରିଥିଲେ। ଜବାବ୍ ରେ ଭଦ୍ରକ ଟିମ ଟିମ ୧୭. ୪ ଓଭର ରେ ୨ ୱିକେଟ ହରାଇ ୧୮୯ ରନ ସଂଗ୍ରହ କରି ଚମ୍ପିୟାନ ହୋଇଥିଲା।