Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
कांग्रेस
Gujarat
भाजपा
Congress
Modi
Delhi
Viral
मारपीट
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
मंत्री
sushantpattnayak1983
5
ରାଉରକେଲା ମ୍ୟୁନିସିପାଲଟି: ବାଲି ଘାଟରେ ବେଆଇନ ବାଲି ଚାଲାଣ ହେଉଥିବା ଅଭିଯୋଗ, ରାଉରକେଲା ସ୍ଥିତ ବାଲିଘାଟରେ ପ୍ରତିକ୍ରିୟା ରଖିଲେ ଜାହାଙ୍ଗିର ହକ୍
Raurkela M, Sundargarh
| Nov 5, 2025
ରାଉରକେଲା ସ୍ଥିତ ବିଭିନ୍ନ ବାଲିଘାଟରେ ବେଆଇନ୍ ଭାବେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ। ଏଭଳି ଅଭିଯୋଗ କରି ବୁଧବାର ପୂର୍ବାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜାହାଙ୍ଗୀର ହକ୍।
MORE NEWS
ରାଉରକେଲାର ଓ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ୮୦ ତମ ସ୍ୱାଧୀନତା ଦିବସ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା #Odisha #independence #sabirhussain #ରଘୁନାଥପଲ୍ଲୀ #rourkela #indepenceday #2026
Raurkela M, Sundargarh | Aug 14, 2026
ରାଉରକେଲା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ୮୦ ତମ ସ୍ୱାଧୀନତା ଦିବସ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା #Odisha #independence #rabiray #rourkelajillacongress #ଏକ୍ସପ୍ରେସିଡେଣ୍ଟ #congress
Raurkela M, Sundargarh | Aug 14, 2026
'ବିଭାଜନ ବିଭୀଷିକା ସ୍ମୃତି ଦିବସ’ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ,* *ଦେଶ ବିଭାଜନର କଳା ଅଧ୍ୟାୟକୁ କଲେ ସ୍ମରଣ* *ଏହା କେବଳ ସ୍ମୃତି ଦିବସ ନୁହେଁ, ବରଂ ଦେଶର* *ଏକତା ଓ ଅଖଣ୍ଡତା ପାଇଁ ସଂକଳ୍ପ ଦିବସ* *ଯୁବପିଢ଼ି ଜାଣନ୍ତୁ ସତ୍ୟ: NCERT ପାଠ୍ୟପୁସ୍ତକରେ ସ୍ଥାନ ପାଇଛି* *ବିଭାଜନର ବିଭୀଷିକା* *୧୯୪୭ ବିଭାଜନ ଥିଲା ମାନବ ସଭ୍ୟତାର ସବୁଠୁ* *ବଡ଼ ସ୍ଥାନାନ୍ତରଣ - ମୁଖ୍ୟମନ୍ତ୍ରୀ* ଭୁବନେଶ୍ୱର ୧୪ ଅଗଷ୍ଟ ୨୦୨୬ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଆଜି ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ସେଣ୍ଟରଠାରେ ଆୟୋଜିତ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶ ବିଭାଜନର କଳା ଅଧ୍ୟାୟ, ଅମାନୁଷିକ ଯନ୍ତ୍ରଣା ଏବଂ ଏହାର ଭୟାବହ ବାସ୍ତବତାକୁ ସ୍ମରଣ କରିଛନ୍ତି। ବିଭାଜନ ବିଭୀଷିକା ସ୍ମୃତି ଦିବସ କେବଳ ଅତୀତର ଦୁଃଖଦ ଅଧ୍ୟାୟକୁ ସ୍ମରଣ କରିବାର ଦିନ ନୁହେଁ, ବରଂ ଆଜିର ଦିନରେ ଆମକୁ ଏହାକୁ ଦେଶର ଏକତା ଓ ଅଖଣ୍ଡତା ପାଇଁ ‘ସଂକଳ୍ପ ଦିବସ’ ଭାବେ ପାଳନ କରିବାକୁ ଶପଥ ନେବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ଦେଶ ବିଭାଜନର ଭୟାନକ ତଥ୍ୟ ଉପସ୍ଥାପନ କରି କହିଛନ୍ତି ଯେ, ୧୯୪୭ ମସିହାର ବିଭାଜନ କେବଳ ଦୁଇ ଦେଶର ସୀମାରେଖା ନିର୍ଦ୍ଧାରଣ ନ ଥିଲା, ଏହା ଥିଲା ମାନବ ସଭ୍ୟତାର ସବୁଠାରୁ ବଡ଼ ସ୍ଥାନାନ୍ତରଣ। ବିଭିନ୍ନ ସୂତ୍ରରୁ ମିଳିଥିବା ଆକଳନ ଅନୁଯାୟୀ, ପ୍ରାୟ ଦେଢ଼ କୋଟି ଲୋକ ନିଜର ଭିଟାମାଟି ଛାଡ଼ି ଦେଶାନ୍ତର ହୋଇଥିଲେ। ଏହି ସମୟରେ ଘଟିଥିବା ସାମ୍ପ୍ରଦାୟିକ ହିଂସାରେ ୫ ଲକ୍ଷରୁ ୨୦ ଲକ୍ଷ ନିରୀହ ଲୋକଙ୍କର ଜୀବନ ଯାଇଥିଲା ଏବଂ ୫୦ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଅପହରଣ, ଦୁଷ୍କର୍ମ ଓ ନିର୍ଯାତନାର ଶିକାର ହେବାକୁ ପଡ଼ିଥିଲା। ପାକିସ୍ତାନରୁ ଆସୁଥିବା ‘ବ୍ଲଡ୍ ଟ୍ରେନ୍’ ଓ ‘ଘୋଷ୍ଟ୍ ଟ୍ରେନ୍’ଗୁଡ଼ିକରେ କେବଳ ମୃତଦେହ ଭରି ରହିଥିଲା, ଯାହାର ପ୍ରଭାବ ଆଜି ବି ସେମାନଙ୍କ ବଂଶଧରଙ୍କ ମନରେ ରହିଛି। ବ୍ରିଟିଶ ସରକାରଙ୍କ Divide & Rule ନୀତି ଏବଂ ସେତେବେଳର ତତ୍କାଳୀନ ରାଜନୈତିକ ନେତୃତ୍ୱଙ୍କ ସଂକୀର୍ଣ୍ଣ ବ୍ୟକ୍ତିଗତ ସ୍ୱାର୍ଥ ଓ କ୍ଷମତା ଲୋଭ ଯୋଗୁଁ ଏହି ବିଭାଜନ ଘଟିଥିଲା। ସେ ସମୟରେ ମୁସ୍ଲିମ୍ ଲିଗ୍ ଓ କଂଗ୍ରେସର ନିଷ୍ପତ୍ତି ହିଁ ବିଭାଜନର ମୂଳ କାରଣ ଥିଲା ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ। ଆଜି ବି ପାକିସ୍ତାନରେ ହିନ୍ଦୁଙ୍କ ସଂଖ୍ୟା ନଗଣ୍ୟ ହୋଇଯାଇଥିବା ବେଳେ ବାଙ୍ଗଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଛି। ଯେଉଁମାନେ ଏହି ବିଭୀଷିକାକୁ ସାଧାରଣ ଭାବେ ଦେଖୁଛନ୍ତି କିମ୍ବା ଶତ୍ରୁ ଭାବାପନ୍ନ ଦେଶ ସହ ବନ୍ଧୁତ୍ୱ ପାଇଁ ଆଗ୍ରହୀ, ସେମାନଙ୍କୁ ସ୍ୱାର୍ଥପର ଓ ଦେଶବିରୋଧୀ ବୋଲି ମୁଖ୍ୟମନ୍ତ୍ରୀ ଅଭିହିତ କରିଛନ୍ତି। ଏହି ଛପାଯାଇଥିବା ଇତିହାସକୁ ଆଜିର ଯୁବପିଢ଼ି ଆଗରେ ଉଜାଗର କରିବା ପାଇଁ NCERT ପାଠ୍ୟପୁସ୍ତକରେ ବିଭାଜନର ବିଭୀଷିକାକୁ ସ୍ଥାନିତ କରାଯାଇଛି, ଯାହାଦ୍ୱାରା ଯୁବଶକ୍ତି ଭ୍ରମିତ ନ ହୋଇ ପ୍ରକୃତ ସତ୍ୟ ଜାଣିପାରିବେ। ଅପରପକ୍ଷରେ, ଦେଶାନ୍ତର ହୋଇ ଆସିଥିବା ଶରଣାର୍ଥୀଙ୍କ ମଧ୍ୟରୁ ଲାଲକୃଷ୍ଣ ଆଡଭାନୀ, ସ୍ୱର୍ଗୀୟ ମନମୋହନ ସିଂହ ଏବଂ ଫ୍ଲାଇଂ ଶିଖ୍ ମିଲ୍ଖା ସିଂହ ନିଜ କଠିନ ପରିଶ୍ରମ ବଳରେ ଶୀର୍ଷରେ ପହଞ୍ଚିଥିବା ବେଳେ, ପାକିସ୍ତାନ ଯାଇଥିବା ମୁସଲମାନମାନଙ୍କୁ ଆଜି ବି ସେଠାରେ ‘ମୋହାଜିର୍’ ଭାବେ ନିନ୍ଦିତ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୨୧ରୁ ଆରମ୍ଭ କରାଯାଇଥିବା ଏହି ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ ଆମକୁ ଘୃଣା ଓ ବିଦ୍ୱେଷର ପରିଣାମ ପ୍ରତି ସଚେତନ କରାଏ। ଆସନ୍ତାକାଲି ସ୍ୱାଧୀନତା ଦିବସ ଆନନ୍ଦର ସହ ପାଳନ କରିବା ସହ ଦେଶର ସାର୍ବଭୌମତ୍ୱ, ସୁରକ୍ଷା, ଏକତା ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ଏହି କଳା ଇତିହାସର ଯେପରି ପୁନରାବୃତ୍ତି ନ ହୁଏ, ସେଥିପାଇଁ ସଜାଗ ରହିବାକୁ ସେ ଆହ୍ୱାନ ଦେଇଛନ୍ତି। ବିଭାଜନର ଯନ୍ତ୍ରଣା, ବିଚ୍ଛେଦ ଓ ବଳିଦାନକୁ ମନେ ପକାଇ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ କହିଛନ୍ତି ଯେ, ଆଜିର ଦିନଟି କେବଳ ଏକ ସାଧାରଣ ଦିବସ ନୁହେଁ, ବରଂ ଏହା ଇତିହାସର ଏକ କଳା ଅଧ୍ୟାୟ ଯେଉଁଥିରେ ଅସଂଖ୍ୟ ନିରୀହ ଲୋକ ହିଂସାର ଶିକାର ହୋଇଥିଲେ । ଆମେ ଏହି ଇତିହାସକୁ କଦାପି ଭୁଲିବା ଉଚିତ ନୁହେଁ, କାରଣ ଇତିହାସକୁ ଭୁଲିଗଲେ ଆମେ ତାହା ପ୍ରଦାନ କରୁଥିବା ଗୁରୁତ୍ୱପୂର୍ଣ୍ଣ ଶିକ୍ଷାକୁ ବି ଭୁଲିଯିବା। ଆମ ସମସ୍ତଙ୍କର ଗୋଟିଏ ବଡ଼ ପରିଚୟ ହେଉଛି ଆମେ ‘ଭାରତୀୟ’ ଏବଂ ଏକ ନୂତନ, ସମୃଦ୍ଧ ଭାରତ ଗଠନରେ ସେହି ନିରୀହ ବଳିଦାନୀଙ୍କ ଅବଦାନ ସଦା ସ୍ମରଣୀୟ । ତେଣୁ ବିଭାଜନ ନୁହେଁ, ବରଂ ଏକତା ଓ ଅଖଣ୍ଡତା ଉପରେ ବିଶ୍ୱାସ ରଖି ଆଗକୁ ବଢ଼ିବାକୁ ସେ ଆହ୍ୱାନ ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଡ. ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡ. ଚନ୍ଦ୍ରଶେଖର ହୋତା, ଅର୍ଗାନାଇଜର ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ପ୍ରଫୁଲ କେତ୍କର୍, ଦୁର୍ଗା ବାହିନୀର ରାଷ୍ଟ୍ରୀୟ ସଂଯୋଜିକା ସୁଶ୍ରୀ ପ୍ରଜ୍ଞା ମହଲା, ଭାରତୀୟ ଇତିହାସ ସଂକଳନ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିକ୍ରମ କେଶରୀ ମହାପାତ୍ର, ବହୁ ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
Raurkela M, Sundargarh | Aug 14, 2026
ରାଉରକେଲାର ସମସ୍ତ ଜନସାଧାରଣଙ୍କୁ ୮୦ ତମ ସ୍ୱାଧୀନତା ଦିବସ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା #Odisha #independence #bimalkumarbisi #ରଘୁନାଥପଲ୍ଲୀ #rourkela #President #engineerassociation
Raurkela M, Sundargarh | Aug 14, 2026
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ ୪୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ପୋଲିସ କର୍ମଚାରୀଙ୍କ ଅଂଶଗ୍ରହଣ କଟକ,ତାରିଖ: ୧୪.୦୮.୨୦୨୬ ସମାଜରେ ବଢ଼ୁଥିବା ସାଇବର ଅପରାଧର ମୁକାବିଲା କରିବା ସହ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ସୁରକ୍ଷିତ, ସଚେତନ ଓ ଦାୟିତ୍ୱବାନ ଡିଜିଟାଲ୍ ନାଗରିକ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ସହଯୋଗରେ ଆଜି ଏକ ବୃହତ୍ ରାଜ୍ୟବ୍ୟାପୀ ସାଇବର ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି। ଆରକ୍ଷୀ ମହାନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଦିନ ୧୨ଟାରୁ ଆରମ୍ଭ ହୋଇଥିବା ଏହି ବ୍ୟାପକ ଅଭିଯାନରେ ରାଜ୍ୟର ୩୫ଟି ପୋଲିସ ଜିଲ୍ଲା ଅନ୍ତର୍ଗତ ୨୦,୦୦୦ରୁ ଅଧିକ ବିଦ୍ୟାଳୟ ଏବଂ ୨,୦୦୦ରୁ ଅଧିକ ମହାବିଦ୍ୟାଳୟ ଲାଇଭ୍ ୱେବକାଷ୍ଟ ଓ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ। ଏହି ଅଭିଯାନରେ ୪୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ପୋଲିସ କର୍ମଚାରୀ ଅଂଶଗ୍ରହଣ କରି ସାଇବର ସଚେତନତା କ୍ଷେତ୍ରରେ ଓଡ଼ିଶାର ଏକ ନୂଆ ମାଇଲଖୁଣ୍ଟ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ସମୟରେ ସାଇବର ଅପରାଧର ବିଭିନ୍ନ ନୂଆ ରୂପ ସାମ୍ନାକୁ ଆସୁଥିବା ବେଳେ ଛାତ୍ରଛାତ୍ରୀ ଓ ଯୁବପିଢ଼ି ଅନଲାଇନ୍ ଠକେଇ, ବ୍ଲାକମେଲିଂ ଏବଂ ବିଭିନ୍ନ ପ୍ରକାର ଡିଜିଟାଲ୍ ଶୋଷଣର ଶିକାର ହେଉଛନ୍ତି। ଏପରିକି କେତେକ କ୍ଷେତ୍ରରେ ଅଜାଣତରେ ନିଜର ବ୍ୟାଙ୍କ ଖାତା, ସିମ୍ କାର୍ଡ କିମ୍ବା ପରିଚୟପତ୍ରକୁ ସାଇବର ଅପରାଧୀଙ୍କ ଦ୍ୱାରା ଅପବ୍ୟବହାର ପାଇଁ ଉପଲବ୍ଧ କରାଇବା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଯୁବପିଢ଼ିଙ୍କୁ ସାଇବର ବିପଦ ସମ୍ପର୍କରେ ସଚେତନ କରିବା, ଡିଜିଟାଲ୍ ମାଧ୍ୟମର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ଜ୍ଞାନ ପ୍ରଦାନ କରିବା ଏବଂ ସେମାନଙ୍କୁ ନିଜ ପରିବାର ଓ ସମାଜରେ ‘ସାଇବର ସଚେତନତାର ଦୂତ’ ଭାବେ ଗଢ଼ି ତୋଳିବା ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ ଥିଲା। ଏହି ଅବସରରେ ମାନ୍ୟବର ରାଜ୍ୟପାଳ, ଓଡ଼ିଶା ଡ. ହରି ବାବୁ କମ୍ଭମପାଟି ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ନେଇ ସଚେତନ ଓ ସତର୍କ ରହିବା ପାଇଁ ବାର୍ତ୍ତା ପ୍ରଦାନ କରିଥିଲେ। ସେହିପରି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାଇବର-ସୁରକ୍ଷିତ ଓଡ଼ିଶା ଗଠନରେ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ସହ ନିଜ ପରିବାର, ବନ୍ଧୁବର୍ଗ ଓ ସମାଜରେ ସାଇବର ସଚେତନତାର ଦୂତ ହେବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ସାଇବର ଆର୍ଥିକ ଠକେଇ ଘଟିଲେ ‘ଗୋଲ୍ଡେନ୍ ଆୱାର’ ମଧ୍ୟରେ ତୁରନ୍ତ ପଦକ୍ଷେପ ନେବାର ଗୁରୁତ୍ୱ ଉପରେ ବିଶେଷ ଭାବେ ସଚେତନ କରାଯାଇଥିଲା। କୌଣସି ବ୍ୟକ୍ତି ସାଇବର ଆର୍ଥିକ ଠକେଇର ଶିକାର ହେଲେ ବିଳମ୍ବ ନକରି ତୁରନ୍ତ ୧୯୩୦ ନମ୍ବରରେ ଯୋଗାଯୋଗ କରିବା ସହ cybercrime.gov.in ପୋର୍ଟାଲରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା। ଠକେଇର ଶିକାର ହେବା ପରେ ଯେତେ ଶୀଘ୍ର ଅଭିଯୋଗ କରାଯିବ, ଠକେଇ ହୋଇଥିବା ଅର୍ଥକୁ ରୋକିବା ଏବଂ ତାହାର ପୁନରୁଦ୍ଧାରର ସମ୍ଭାବନା ସେତେ ଅଧିକ ରହିଥାଏ। ସଚେତନତା କାର୍ଯ୍ୟକ୍ରମରେ ସ୍ପଷ୍ଟ କରାଯାଇଥିଲା ଯେ କୌଣସି ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ କିମ୍ବା ପୋଲିସ ଅଧିକାରୀ OTP, PIN, CVV କିମ୍ବା ପାସୱାର୍ଡ ମାଗନ୍ତି ନାହିଁ। ତେଣୁ ଏଭଳି ସୂଚନା କେବେବି କାହା ସହିତ ସେୟାର ନକରିବାକୁ ପରାମର୍ଶ ଦିଆଯାଇଥିଲା। ସେହିପରି, ‘ଡିଜିଟାଲ୍ ଆରେଷ୍ଟ’ ନାମରେ କେହି ଟଙ୍କା ଦାବି କଲେ ତାହା ଠକେଇ ବୋଲି ବୁଝି ତୁରନ୍ତ ୧୯୩୦ରେ ଯୋଗାଯୋଗ କରିବାକୁ ସଚେତନ କରାଯାଇଥିଲା। ଟଙ୍କା ପାଇଁ ନିଜ ବ୍ୟାଙ୍କ ଖାତା, ସିମ୍ କାର୍ଡ କିମ୍ବା ପରିଚୟପତ୍ର ଅନ୍ୟ କାହାକୁ ପ୍ରଦାନ ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ବ୍ଲାକମେଲିଂ କିମ୍ବା ଡିଜିଟାଲ୍ ଶୋଷଣର ଶିକାର ହେଲେ ଭୟଭୀତ ନହୋଇ କୌଣସି ପରିସ୍ଥିତିରେ ଟଙ୍କା ନଦେବାକୁ ପରାମର୍ଶ ଦିଆଯାଇଥିଲା। ଏଭଳି ଘଟଣା ଘଟିଲେ ତୁରନ୍ତ ନିଜ ଅଭିଭାବକ, ଶିକ୍ଷକ କିମ୍ବା ପୋଲିସକୁ ଜଣାଇବା ସହ ଆବଶ୍ୟକ ଡିଜିଟାଲ୍ ପ୍ରମାଣ ସୁରକ୍ଷିତ ରଖିବାକୁ କୁହାଯାଇଥିଲା। ଏହି ବୃହତ୍ ରାଜ୍ୟବ୍ୟାପୀ ଅଭିଯାନ ମାଧ୍ୟମରେ ସାଇବର ଅପରାଧ ବିରୋଧରେ ସଚେତନତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ଏକ ସୁରକ୍ଷିତ ଓ ଦାୟିତ୍ୱବାନ ଡିଜିଟାଲ୍ ସମାଜ ଗଠନ ପାଇଁ ସାମୂହିକ ସଂକଳ୍ପ ନିଆଯାଇଥିଲା। “ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ—ସାଇବର ସୁରକ୍ଷିତ ଓଡ଼ିଶା” ବାର୍ତ୍ତା ସହ ଏହି ବୃହତ୍ତମ ରାଜ୍ୟବ୍ୟାପୀ ସାଇବର ସଚେତନତା ଅଭିଯାନର ସଫଳ ସମାପନ ହୋଇଥିଲା। କାର୍ଯ୍ୟକ୍ରମରେ କମିଶନର-ତଥା-ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଡ. ଏନ୍. ତିରୁମାଳା ନାଏକ, ଡିଆଇଜି, କ୍ରାଇମବ୍ରାଞ୍ଚ ଶ୍ରୀ ବି. ଗଙ୍ଗାଧର, ଡିଆଇଜି, କ୍ରାଇମବ୍ରାଞ୍ଚ ଶ୍ରୀ ମଡକର ସନ୍ଦୀପ ସମ୍ପତଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, ଶିକ୍ଷା ବିଭାଗର ଅଧିକାରୀ ଏବଂ ବିଭିନ୍ନ ଜିଲ୍ଲାର ପୋଲିସ ଓ ଶିକ୍ଷା ପ୍ରଶାସନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
Raurkela M, Sundargarh | Aug 14, 2026
ରାଉରକେଲା ମ୍ୟୁନିସିପାଲଟି: ବାଲି ଘାଟରେ ବେଆଇନ ବାଲି ଚାଲାଣ ହେଉଥିବା ଅଭିଯୋଗ, ରାଉରକେଲା ସ୍ଥିତ ବାଲିଘାଟରେ ପ୍ରତିକ୍ରିୟା ରଖିଲେ ଜାହାଙ୍ଗିର ହକ୍ - Raurkela M News