📍 ଡବଲ୍ ଇଞ୍ଜିନ୍ ସରକାରରେ କୋରାପୁଟର ବିକାଶ ହେବ ଅଧିକ ଦ୍ରୁତ: ରଘୁରାମ ମାଛ
କୋରାପୁଟରେ ଅନୁଷ୍ଠିତ ଜିଲ୍ଲା ଯୋଜନା ବୋର୍ଡ଼ ବୈଠକ ପରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ରଘୁରାମ ମାଛ କହିଛନ୍ତି ଯେ, ଡବଲ୍ ଇଞ୍ଜିନ୍ ସରକାରରେ କୋରାପୁଟ ଜିଲ୍ଲାର ବିକାଶ କାର୍ଯ୍ୟ ଅଧିକ ଦ୍ରୁତ ଗତିରେ ଆଗକୁ ବଢ଼ିବ।
ସେ କହିଥିଲେ, ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦିଆଯାଉଛି। ସମସ୍ତ ବିଭାଗର ସମନ୍ୱୟରେ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇବା ଲକ୍ଷ୍ୟରେ କାର୍ଯ୍ୟ ଜାରି ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି।
#Koraput #RaghuramMachh #DistrictPlanningBoard #Development #OdishaNews #DoubleEngineGovernment