#କୋରାପୁଟ_ବୋରିଗୁମ୍ମା_ରାସ୍ତା_ମରାମତି_ଦାବି 🚨
କୋରାପୁଟରୁ ବୋରିଗୁମ୍ମାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ–୪୮ର ଦୟନୀୟ ଅବସ୍ଥାକୁ ନେଇ ଅସନ୍ତୋଷ ବଢ଼ିଛି। ରାସ୍ତାରେ ଖାଲଖମା ଯୋଗୁଁ ଯାତାୟାତରେ ସମସ୍ୟା ସହ ଦୁର୍ଘଟଣାର ଆଶଙ୍କା ରହୁଛି। ଏହାସହ ଧୂଳିଧୂଆଁରେ ଅସୁବିଧା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା।
ରାସ୍ତା ତୁରନ୍ତ ମରାମତି କରିବାକୁ ଦାବି କରିଛନ୍ତି କୋରାପୁଟ ସହରବାସୀ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି।
📍 କୋରାପୁଟ | ରାଜ୍ୟ ରାଜପଥ–୪୮
#Koraput #Borigumma #RoadProblem #RoadRepair #KoraputNews #OdishaNews #News11Odia
Koraput Town, Koraput | Oct 1, 2026