ଅଡା ଅଲାରପୁର ମୌଜାରେ ଜବରଦଖଲ ଉଚ୍ଛେଦ ବାଲେଶ୍ଵର ଜିଲା ଖଇରା ବ୍ଳକ ସାନଜୟିପୁର ରାଜସ୍ଵ କ୍ଷେତ୍ରରେ ଅଡା ଅଲାରପୁର ମୌଜାରେ ୧୭ ଟି ପ୍ଲଟରେ ସରକାର ଜମିକୁ ଜବରଦଖଲ କରିଥିବା ୧୦ରୁ ଅଧିକ ବ୍ୟବସାୟିଙ୍କ ଦେକାନ ଘରକୁ ଉଛେଦ କରାଯାଇଛି । ରାସ୍ତା ସମ୍ପ୍ରସାରଣ ଲକ୍ଷରେ ପୂର୍ବରୁ ଉଛେଦ ପାଇଁ ନୋଟିସ ଦିଆଯାଇଥିବା ବେଳେ ଆଜି ଶୁକ୍ରବାର ଅପରାହ୍ନ 4 ଘଟିକା ସମୟରେ ଖଇରା ତହସିଲଦାର ଅମିତ ରଞ୍ଜନ ହୋତା,ରାଜସ୍ୱ ନିରିକ୍ଷକ ଦେବବ୍ରତ ସାହୁ ତଥା ସମୁଳିଆ ପୋଲିସ ଉପସ୍ଥିରେ ଜବରଦଖଲ ଉଚ୍ଛେଦ କରାଯାଇଛି ।