ରେମୁଣା: ବାଲେଶ୍ୱର ରେମୁଣାରେ ମେଗା ସ୍ୱାସ୍ଥ୍ୟ ଶିବିର, ୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
ବାଲେଶ୍ୱରର ଟୋକିଓ ଆଡଭାନ୍ସଡ୍ ହାୟର ସେକେଣ୍ଡାରୀ ସ୍କୁଲରେ ରୋଟାରୀ କ୍ଲବ୍ ବାଲେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଚକ୍ଷୁ, ଦନ୍ତ, ଅସ୍ଥି ଓ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।