କେନ୍ଦୁଝର ସହର: ଅନଲାଇନ ଅର୍ଥ କାରବାର ଅଭିଯୋଗରେ ଦେବଗଡ ଜିଲ୍ଲାର ଯୁବକଙ୍କୁ ଗିରଫ କଲା ଯୋଡା ପୋଲିସ, ପ୍ରତିକ୍ରିୟା ରଖିଲେ ବଡବିଲ ଏସଡିପିଓ
ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଅନଲାଇନରେ ଅର୍ଥ କାରବାର କରୁଥିବା ଅଭିଯୋଗରେ ଯୋଡା ପୋଲିସ ଦେବଗଡ଼ ଜିଲ୍ଲାର ଚନ୍ଦ୍ରକାନ୍ତ ସାମଲଙ୍କୁ ଗିରଫ କରିବା ସହ ୫ଟି ବ୍ୟାଙ୍କ ଏଟିଏମ, ୨ ଚେକବୁକ, ଗୋଟିଏ ପାସବୁକ ସହ ମୋବାଇଲ ଜବତ କରିଛି। ଏନେଇ ଆଜି ୫ଟା ବେଳେ ପ୍ରତିକ୍ରିୟା ରଖିଲେ ବଡବିଲ ଏସଡିପିଓ ଶ୍ରୀ ଦେବେନ୍ଦ୍ରନାଥ ପିଙ୍ଗୁଆ।