ନିଷ୍ଠା ପରିବାର ତରଫରୁ କରାଗଲା ଅଜଣା ଶବ ସତ୍କାର | ପିପଲମୁଣ୍ଡା ସ୍ଥିତ ସ୍ୱର୍ଗଦ୍ୱାରରେ ଶନିବାର ସନ୍ଧ୍ୟା ୫.୩୦ ଘଣ୍ଟା ସମୟରେ ଶବ ସତ୍କାର କରାଯାଇଛି | ୧୦୮ ଆମ୍ବୁଲାନ୍ସ ଦ୍ଵାରା ନଭେମ୍ବର ୬ ତାରିଖରେ ବରପାଲିରୁ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଆଣି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ତରଫରୁ ତାଙ୍କ ସେବା ଯତ୍ନ କରିବା ସହ ଡାକ୍ତର ମାନଙ୍କ ଦ୍ଵାରା ଚିକିତ୍ସା କରାଯାଉଥିଲା । ଦୀର୍ଘ ଦିନ ଧରି ଚିକିତ୍ସା କରିବା ପରେ ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର ୯ ତାରିଖ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା ।