ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଏମ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ପ୍ରୋଗେସିପ ସମ୍ବଲପୁର ପକ୍ଷରୁ ବିକ୍ଷୋଭ,ଦେବଜ୍ୟୋତି ପଟ୍ଟନାୟକ ରଖିଲେ ନିଜ ପ୍ରତିକ୍ରିୟା
ସମ୍ବଲପୁର ଜିଏମ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଜଣେ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ନିର୍ଯ୍ୟାତନା ଦିଆଯିବା ଘଟଣାରେ ଗୁରୁବାର ଜିଏମୟୁ ଠାରେ ଛାତ୍ର ରାଜନୀତି ତେଜିବାରେ ଲାଗିଛି। ଏନେଇ ଜିଏମୟୁ ସମ୍ମୁଖରେ ଗୁରୁବାର ପ୍ରୋଗେସିପ ସମ୍ବଲପୁର ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିସହ ଦୋଷୀ ଅଧ୍ୟାପକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରୋଗେସିପ ସମ୍ବଲପୁର ପକ୍ଷରୁ ସହ ଆବାହକ ଦେବ ଜ୍ୟୋତି ପଟ୍ଟନାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି।