Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
राजनीति
मौत
बीजेपी
भाजपा
विधायक
Congress
Accident
Modi
Delhi
Viral
राजस्थान
Odisha
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Pmmodi
Kerala
Rahulgandhi
स्कूल

ସୋର: ବାଗୁଡ଼ି ପଡିଆରେ ୨୭ ତମ ସର୍ବଭାରତୀୟ ମହାବୀର କପ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

Soro, Balasore | Dec 19, 2025
ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ବାଗୁଡ଼ି ପଡିଆରେ ମହାବୀର କ୍ଲବ ଆନୁକୂଲ୍ୟରେ ୨୭ ତମ ସର୍ବଭାରତୀୟ ମହାବୀର କପ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ଏହି ଟୁର୍ନାମେଣ୍ଟକୁ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗଦାଧର ମହାପାତ୍ର, ସମ୍ମାନିତ ଅତିଥି ଭାବେ ସମାଜସେବୀ ଗୟାଧର ନାୟକ ଯୋଗଦେଇ ଏହାକୁ ମିଳିତ ଭାବେ ଫିତା କାଟି ଉଦଘାଟନ କରିଥିଲେ। ପ୍ରଥମେ ମହାବୀର କ୍ଲବର ପ୍ରାକ୍ତନ ସଭାପତି ଅଖିଳରାମ ଜେନା କ୍ରୀଡା ପତାକା ଉତ୍ତୋଳନ କରିବା ପରେ ଟୁର୍ନାମେଣ୍ଟକୁ ଉଦଘାଟନ କରାଯାଇଥିଲା। ଏଥିରେ ଅନ୍ୟତମ ଅତିଥିଭାବେ ସମାଜସେବୀ ପବିତ୍ର ମହାପାତ୍ର ଯୋଗଦେଇଥିଲେ।