ମାଲକାନଗିରିର କୃତୀ କ୍ରୀଡ଼ାବିତଙ୍କୁ ଜିଲ୍ଲାପାଳଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ!
କେନ୍ଦୁଝରଠାରେ ଆୟୋଜିତ ୭୦ତମ ରାଜ୍ୟ ବିଦ୍ୟାଳୟ ସମୂହ ଆଥେଲେଟିକ୍ସ ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀମାନେ ଚମତ୍କାର ପ୍ରଦର୍ଶନ କରି ମୋଟ ୮ଟି ପଦକ (୨ଟି ସ୍ୱର୍ଣ୍ଣ, ୧ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ) ହାସଲ କରିଛନ୍ତି ।କ୍ରୀଡ଼ାବିତଙ୍କ ଏହି ଅସାଧାରଣ ଗୌରବମୟ ସଫଳତା ପାଇଁ ମାଲକାନଗିରି ଜିଲ୍ଲାପାଳ ସମସ୍ତ ବିଜେତା ଖେଳାଳି, କୋଚ୍ ଏବଂ ଖେଳ ଶିକ୍ଷକମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଜିଲ୍ଲାର ଏହି ସଫଳତା ସମଗ୍ର ମାଲକାନଗିରି ପାଇଁ ଏକ ଗର୍ବର ବିଷୟ।