ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଲ୍ଲା ଏସପି କାର୍ଯ୍ୟାଳୟ ଠାରେ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ, ପ୍ରତିକ୍ରିୟା ରଖିଲେ ଏସପି ମୁକେଶ କୁମାର ଭାମୁ
ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଞ୍ଚଳରେ ଜଣେ ଟ୍ରକ୍ ଡ଼୍ରାଇଭରଙ୍କୁ ହତ୍ୟା ଘଟଣାର ପର୍ଦ୍ଧାଫାଶ କରିଛି ସମ୍ବଲପୁର ପୋଲିସ। ଏନେଇ ଆଜି ଏସପି କାର୍ଯ୍ୟାଳୟ ଠାରେ ଏସପି ମୁକେଶ କୁମାର ଭାମୁ ଗଣମାଧ୍ୟମକୁ ଅଧିକ ସୁଚନା ଦେଇଛନ୍ତି।ଏହି ହତ୍ୟାକାଣ୍ଡ ଘଟଣାରେ ମୋଟ୍ 3 ଜଣକୁ ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ ସମ୍ବଲପୁର ଏସପି ମୁକେଶ କୁମାର ଭାମୁ ଆଜି ନିଜ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି। ଏହି ହତ୍ୟା ଘଟଣାରେ ଗଣେଶ ଜୟସୱାଲ୍,ମୁନା ଆଲମ ଓ ଅଭିଷେକ ଚୌଧରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଏନେଇ ଏସପି ନିଜ ପ୍ରତିକ୍ରିୟା ରଖିଥିଲେ।