ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ରକ୍ତକେନ୍ଦ୍ର ଠାରେ ଭାରତୀ ସମାଜ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ରକ୍ତଦାନ ଶିବିର ଅନୁଷ୍ଠିତ
ଆଜି ସମ୍ବଲପୁର ରକ୍ତକେନ୍ଦ୍ର ଠାରେ ଭାରତୀ ସମାଜ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ବର୍ତ୍ତମାନ ବିଭିନ୍ନ ରକ୍ତକେନ୍ଦ୍ର ଗୁଡ଼ିକରେ ଦେଖା ଦେଉଥିବା ରକ୍ତର ଆବଶ୍ୟକତାକୁ ପୂରଣ କରିବାକୁ ଏହି ଶିବିର ମାଧ୍ୟମରେ ପ୍ରୟାସ କରାଯାଇଥିଲା। ଭାରତୀ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରକୁ ସେବା ଗୃପ, ଯୋଗ ପରିବାର ସହଯୋଗରେ ଆୟୋଜନ କରାଯାଇଥିଲା।ଏନେଇ ଆୟୋଜକ ମାନେ ନିଜ ପ୍ରତିକ୍ରିୟା ରଖିଥିଲେ।