ସମ୍ବଲପୁର ମ୍ୟୁନିସିପାଲଟି: ପଶ୍ଚିମ ଓଡିଶା ବ୍ରାହ୍ମଣ ସମାଜ ସମ୍ବଲପୁର ପକ୍ଷରୁ ପୁରୁଣା ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଥିବା ଶିବ ମନ୍ଦିରରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଆଜି ପଶ୍ଚିମ ଓଡିଶା ବ୍ରାହ୍ମଣ ସମାଜ ସମ୍ବଲପୁର ପକ୍ଷରୁ ପୁରୁଣା ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଥିବା ଶିବ ମନ୍ଦିରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଶ୍ଚିମ ଓଡ଼ିଶା ବ୍ରାହ୍ମଣ ସମାଜର ସମ୍ବଲପୁର ସଂଗଠନକୁ ଜିଲ୍ଲାରେ ସଂଗଠିତ କରିବା ଉପରେ ଆଲୋଚନା କରାଯାଇଥିଲା।ଏହାସହ ଆଗାମୀ ୩୦ ତାରିଖରେ ଭଗବାନ ପର୍ସୁରାମଙ୍କ ଜନ୍ମୋତ୍ସବକୁ ମହାସମାରୋହରେ ପାଳନ କରିବାକୁ ଆହ୍ବାନ କରାଯାଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଏନେଇ ବୈଠକରେ ଉପସ୍ଥିତ ଥିବା ସବୁ ବ୍ରାହ୍ମଣ ସମାଜର ସମ୍ବଲପୁରର ସଭ୍ୟ ମାନେ ନିଜ ପ୍ରତିକ୍ରିୟା ରଖିଥିଲେ।