ମାଙ୍କଡ଼ା ପଥର ଚୋରାଚାଲାଣ ବେଳେ ଖଣି ବିଭାଗର ଚଢ଼ାଉ।ଖଇରା ଥାନା ଅଧିନ ଚୂନନଟି ଗ୍ରାମରେ ପଥର ମାଫିଆ ମାନେ ବେଆଇନ ଭାବେ ମାଙ୍କଡ଼ା ପଥର କାଟି ଚୋରାଚାଲାଣ କରୁଥିବା ବେଳେ ମାଇନିଂ ବିଭାଗ ଚଢ଼ାଉ କରି ଏକ ଟ୍ରାକ୍ଟରକୁ ଜବତ କରିଛନ୍ତି।କୁପାରି ଅଞ୍ଚଳରେ ଚୂନନଟୀ ଗ୍ରାମ ର ମାଙ୍କଡ଼ା ପଥର କାଟି ଶହଶହ ଟ୍ରିପ ଚୋରାଚାଲାଣ କରୁଥିବା ନେଇ ଅଭିଯୋଗ ହୋଇଆସୁଥିଲା।ଆଜି ଚୂନନଟି ଗ୍ରାମରେ ମାଙ୍କଡ଼ା କାଟି ଟ୍ରାକ୍ଟର ସାହାର୍ଯ୍ୟରେ ମାଙ୍କଡ଼ା ପଥର ଚୋରାଚାଲାଣ ହେଉଥିବା ଖବର ପାଇ ଆଜି ଖଇରା ଜୁନିୟର ଖଣି ଅଧିକାରୀ ଅଭିସେକ୍ ବେହେରା ଘଟଣା ସ୍ଥଳରେ ପହଞ୍ଚି ଏକ ଟ୍ରାକ୍ଟର ଜବଦ କରିଛନ୍ତି l