ଜୟପୁରରେ ଆରମ୍ଭ ହୋଇଛି ଦୁଇଦିନିଆ ‘ସାୱନ ମେଳା-୨୦୨୬’। ଜୟପୁର ବେଲ୍ ରୋଡ୍ସ୍ଥିତ ଶୁଭମ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ମେଳାରେ ଏକାଠି ହୋଇଛି ଶପିଂ, ସୁସ୍ୱାଦୁ ଖାଦ୍ୟ, ଗେମ୍ସ, ଲାଇଭ୍ ଷ୍ଟଲ୍ ଓ ମନୋରଞ୍ଜନର ଅନେକ ଆକର୍ଷଣ। ଅଗଷ୍ଟ ୨୨ ଓ ୨୩ ତାରିଖ, ଦୁଇଦିନ ଧରି ଚାଲିବାକୁ ଥିବା ଏହି ମେଳା ଦିନ ୨ଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ। ପରିବାର, ବନ୍ଧୁବାନ୍ଧବ ଓ ସହରବାସୀଙ୍କୁ ଆକୃଷ୍ଟ କରିବା ଭଳି ବିଭିନ୍ନ ଷ୍ଟଲ୍ରେ ରହିଛି ଅନେକ ପସନ୍ଦର ସାମଗ୍ରୀ ଓ ଖାଦ୍ୟର ସମ୍ଭାର। ମେଳାର ଅନ୍ୟତମ ମୁଖ୍ୟ ଆକର୍ଷଣ ‘ସାୱନ ବ୍ୟୁଟି କଣ୍ଟେଷ୍ଟ’।