ଝାରସୁଗୁଡା: ରଘୁନାଥପାଲି ଭାଗବତ ମନ୍ଦିରରେ ସଂକୀର୍ତ୍ତନରେ ଯୋଗଦେଲେ ବିଧାୟକ ଟଙ୍କଧର ତ୍ରିପାଠୀ
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ରଘୁନାଥପାଲି ସୁନାରୀପଡ଼ାସ୍ଥିତ ଭାଗବତ ମନ୍ଦିରରେ ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ସେଠାରେ ସେ ଭକ୍ତିମୟ ପରିବେଶରେ ପ୍ରଭୁଙ୍କ ଆରାଧନା କରିବା ସହ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି।