ରାୟଗଡା: ରାୟଗଡ଼ା: ରାୟଗଡ଼ା ବ୍ଲକ ସଭାଗୃହରେ ଷୋଡ଼ଶ ସମିତି ବୈଠକ ଅନୁଷ୍ଠିତ ହୋଇଛି। ବ୍ଲକ ଅଧ୍ୟକ୍ଷା ସୁଶ୍ରୀ କୁନି ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପୃକା,ବିଡ଼ିଓ ସୁଜିତ କୁମାର ମିଶ୍ର, ସାଂସଦଙ୍କ ପ୍ରତିନିଧି ଭୂଷଣ ବିଡିକା, ବିଧାୟକଙ୍କ ପ୍ରତିନିଧି ସତ୍ୟବାନ ମାଣ୍ଡାଙ୍ଗି, ଜିଲ୍ଲାପରିଷଦ ସଭ୍ୟ ପ୍ରଶାନ୍ତ କୁଲେଶିକା, ପଦ୍ମାବତୀ ମାଣ୍ଡାଙ୍ଗି, ସନ୍ଧ୍ୟା ପୁଲାକା ଯୋଗଦେଇ ୨୦୨୬-୨୭ ଆର୍ଥିକ ବର୍ଷରେ ହେବାକୁ ଥିବା ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ୨୮ ଟି ପଞ୍ଚାୟତର ସମିତି ସଭ୍ୟ, ସଭ୍ୟା, ସରପଞ୍ଚ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଷଷ୍ଠ ଓ ଷୋଡ଼ଷ ଅର୍ଥ କମିଶନ ପାଣ୍ଠି ବିନିଯୋଗ ଉପରେ ପ୍ରସ୍ତାବ ସର୍ବ ସମ୍ମତ ଗୃହୀତ ହୋଇଥିଲା।ଗ୍ରାମ ପଞ୍ଚାୟତର ସଦର ମହକୁମାରେ ଆଦର୍ଶ ଅଙ୍ଗନବାଡି, ପାଠାଗାର, ଖେଳପଡିଆ, ଗୋଷ୍ଠୀ କେନ୍ଦ୍ର, ବଜାର ଭଳି ସମସ୍ତ ସୁବିଧା ସହ ଏକ ଆଦର୍ଶ ଗ୍ରାମ ଗଠନ ନିମନ୍ତେ ସ୍ଥିର କରାଯାଇଥିଲା।