#ଯାଜପୁର_ଜିଲ୍ଲାରେ_ମଧୁବାବୁ_ପେନସନ_ଯୋଜନାରେ_ଯୋଡି_ହେଲେ_୩୦୭୮୭_ନୂଆ_ହିତାଧିକାରୀ
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲେଶ୍ୱରଠାରେ ରାଜ୍ୟସ୍ତରୀୟ 'ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ୍' ଉନ୍ମୋଚନ କରିବା ପରେ, ଆଜି ଯାଜପୁର ସହରସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ମଧୁବାବୁ ପେନସନ ଯୋଜନାର ସମ୍ପୂର୍ଣ୍ଣତା ଶୁଭାରମ୍ଭ ତଥା ପୋର୍ଟାଲର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି ଜିଲ୍ଲା ସ୍ତରୀୟ ଉତ୍ସବରେ ମାନ୍ୟବର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋର୍ଟାଲର ଜିଲ୍ଲା ସ୍ତରୀୟ ଉନ୍ମୋଚନ କରିବା ସହ ନୂତନ ହିତାଧିକାରୀମାନଙ୍କୁ ପେନସନ ଭତ୍ତା ବଣ୍ଟନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମାନ୍ୟବର ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା ମଧ୍ୟ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ମାନ୍ୟବର ମନ୍ତ୍ରୀ ଏବଂ ମାନ୍ୟବର ସାଂସଦଙ୍କ ଦ୍ୱାରା 'ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ୍' ସଚେତନତା ପରିକ୍ରମା ରଥର ଶୁଭାରମ୍ଭ କରାଯାଇଥିଲା। ଯାଜପୁର ଜିଲ୍ଲାର ୧୦ଟି ବ୍ଲକ୍ ଓ ୨ଟି ପୌରାଞ୍ଚଳର ମୋଟ ୩୦,୭୮୭ ଜଣ ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି, ଯାହାଦ୍ୱାରା ଜିଲ୍ଲାରେ ମୋଟ ପେନସନ ହିତାଧିକାରୀଙ୍କ ସଂଖ୍ୟା ୨ଲକ୍ଷ ୭୭ହଜାର ୯୬୦ ରେ ପହଞ୍ଚିଛି ଏବଂ ଜିଲ୍ଲା ସାମାଜିକ ସୁରକ୍ଷା କ୍ଷେତ୍ରରେ ସମ୍ପୂର୍ଣ୍ଣତା ହାସଲ କରିଛି। ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ଉପ-ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜାନକୀ ହେମ୍ବ୍ରମ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ବହୁ ସଂଖ୍ୟାରେ ହିତାଧିକାରୀ ଉପସ୍ଥିତ ଥିଲେ
#lntvnetwork #JajpurNews #jajpurkhabar #Aeiodisha #facebookviral
Bhubaneswar M Corp, Khordha | Nov 12, 2026